ବସ୍ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ପାଟପୁର ଥାନା ଖେମୁଣ୍ଡିଖୋଲରେ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ବ୍ରିଜର କାନ୍ଥକୁ ଧକ୍କା ଦେଇଥିଲା। ବସର ଗୋଟିଏ ପଟ ଚକା ବ୍ରିଜ ତଳକୁ ଝୁଲି ରହିଛି। ଏହି ଦୁର୍ଘଟଣା ସମୟରେ ବସରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି। ଅନ୍ୟପଟେ ହେଲପର ଜଣଙ୍କ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ସୂଚନା ଅନୁସାରେ ମହାବୀର ନାମକ ଏକ ଘରୋଇ ବସ୍ ଅନ୍ତରବାରୁ ବ୍ରହ୍ମପୁର ଯିବା ବାଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ବ୍ରିଜ ଉପରେ ଝୁଲି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।