ସଠିକ୍ ମୂଲ୍ୟ କାରଣରୁ ବନ୍ଦ ହେଲା ବିପିସିଏଲ୍ ବିକ୍ରି: ଦୀପମ୍ ସଚିବ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ପେଟ୍ରୋଲିୟମ୍ ବିକ୍ରିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୋକ୍ ଲଗାଯାଇଥିଲା। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦୀପମ୍ ସଚିବ ତୁହିନ୍ କାନ୍ତ ପାଣ୍ଡେ। ଭାରତ ପେଟ୍ରୋଲିୟମ କ୍ଷତିରେ ଚାଲୁଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ବିନିବେଶ ଯୋଜନା କରାଯାଇଥିଲା। ତେବେ ଅନ୍ତିମ ମୂହୂର୍ତ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇଥିଲା। ଏକା ସାଥୀରେ ଏହାର ବିନିବେଶ କରିବା ଦ୍ୱାରା ଏହା ଉପଯୁକ୍ତ ମୂଲ୍ୟ ହାସଲ କରିବା ନାହିଁ। ତେଣୁ ସରକାର ଧୀରେ ଧୀରେ ଏବଂ ପର୍ଯ୍ୟାୟକ୍ରମେ ଏହାର ବିନିବେଶ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବେ।

ନିକଟରେ ଦେଶର ସର୍ବବୃହତ ଆଇପିଓ ଏଲ୍‌ଆଇସି ଲଞ୍ଚ ହୋଇଥିବା ବେଳେ ଏହା ସଫଳ ହୋଇନଥିଲା। ତେବେ ଦୀପମ୍ ସଚିବ କହିଛନ୍ତି କି ନିବେଶକ ମାନେ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଉଚିତ୍ ଏବଂ ଖୁବ୍ ଶୀଘ୍ର ଏହା ନିବେଶକ ମାନଙ୍କୁ ଲାଭ ପ୍ରଦାନ କରିବ।