ବୁଡ଼ ପକାଇବାକୁ ଯାଇ ନିଜେ ବୁଡିଗଲେ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଉଦୟପୁର ବୈତରଣୀ ଘାଟରେ ବୁଧବାର ଗାଧୋଇବା ସମୟରେ ବୁଡି ଯାଇ ଜଣେ ଆଦିବାସୀ ନାବାଳକର ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ ଉଦୟ ପୁର ଗ୍ରାମ ମୁଣ୍ଡା ସାହିର ଲକ୍ଷ୍ମଣ ମୁଣ୍ଡାଙ୍କ ପୁଅ ଓମ ସାଇ ମୁଣ୍ଡା । ଗତକାଲି ମକର ସଂକ୍ରାନ୍ତି ଥିବାରୁ ନିଜ ଘର ଲୋକଙ୍କ ସହ ଗାଧେଇବାକୁ ଯାଇଥିଲା। ଅସାବଧାନ ଯୋଗୁଁ ଗାଧେଇବା ସମୟରେ ନଦୀରେ ନାବାଳକଟି ବୁଡି ଯାଇଥିଲା।

ପରିବାର ଲୋକେ ତାଙ୍କୁ ଉଧାର କରି ଉଦୟପୁର ଗୋଷ୍ଠି ସ୍ୱାସ୍ଥକେନ୍ଦ୍ର ରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଁଚି ମୃତଦେହ କୁ ଜବତ କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ପାଟଣା ଥାନା ରେ ୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।