କଶ୍ମିର ପ୍ରସଙ୍ଗରେ ଚୀନକୁ ବିରୋଧ କଲା ଫ୍ରାନ୍ସ

ନ୍ୟୁୟର୍କ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କଶ୍ମୀର ପ୍ରସଙ୍ଗକୁ ଚୀନ ଉଦ୍ୟମ କରିଥିଲେବି ବିଫଳ ହୋଇଛି। ଏହି ପ୍ରସଙ୍ଗକୁ ବିରୋଧ କରିଛି ପ୍ରାନ୍ସ। କଶ୍ମିର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ଏବଂ ସେହି ୨ ଦେଶ ମଧ୍ୟରେ ଆଲୋଚନା ଦ୍ୱାରା ସମାଧାନ ହେଉ ବୋଲି ଫ୍ରାନ୍ସ ସ୍ପଷ୍ଟ କରିଛି। ଏ ବିଷୟରେ ପରିଷଦରେ ଆଲୋଚନା ନକରିବା ପାଇଁ ଅନ୍ୟ ସଦସ୍ୟ ରାଷ୍ଟ୍ରକୁ କହିଥିବା ଜଣାପଡିଛି। ତେବେ ଆଗରୁ ମଧ୍ୟ ଚୀନ କଶ୍ମିର ପ୍ରସଙ୍ଗକୁ ନେଇ ଆନ୍ତର୍ଜାତୀୟ ବୈଠକରେ ଉଠାଇଥିଲେବି ତାହା ବିଫଳ ହୋଇଛି।