ସମାନ କମ୍ପାନୀର ବୁଷ୍ଟର ଡୋଜ୍ ଦିଆଯିବ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଓମିକ୍ରନ୍ ମାମଲା ମଧ୍ୟରେ ସମାନ କମ୍ପାନୀର ବୁଷ୍ଟର ଡୋଜ୍ ଲଗାଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଭାରତର କରୋନା ଟାସ୍କ ଫୋର୍ସ ମୁଖ୍ୟ ବୀକେ ପାଲ କହିଛନ୍ତି ଯେ, ପ୍ରଥମରୁ ଜଣେ ଯେଉଁ କମ୍ପାନୀର ଭ୍ୟାକ୍ସିନ ନେଇଥିବ ତାକୁ ସେହି କମ୍ପାନୀର ତୃତୀୟ ଡୋଜ୍ ଦିଆଯିବ।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର ଓ ଗମ୍ଭୀର ରୋଗାଗ୍ରସ୍ତ ୬୦ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ସୁରକ୍ଷା ଦୃଷ୍ଟିରୁ ବୁଷ୍ଟର ଡୋଜ୍ ଦିଆଯିବ। ବୁଷ୍ଟର ଡୋଜ୍ ଜାନୁଆରୀ ୧୦ ତାରିଖରୁ ପ୍ରଦାନ କରାଯିବ।