ଓମିକ୍ରନ୍ ଟେଷ୍ଟ କିଟ୍ ବିକଶିତ

ନୂଆଦିଲ୍ଲୀ: ଓମିକ୍ରନ୍ ଭ୍ୟାରିଏଣ୍ଟ ଚିହ୍ନଟ ପାଇଁ ଟେଷ୍ଟ କିଟ୍ ବିକଶିତ କରାଯାଇଛି। ଟାଟା ଏମଡି ଓ ଆଇସିଏମଆରର ମିଳିତ ପ୍ରଚେଷ୍ଟାରେ ଏହି କିଟ୍ ବିକଶିତ ହୋଇଥିବା ଜଣାପଡ଼ିଛି। ଏହି ଟେଷ୍ଟ କିଟକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛି। ନୂଆ କିଟ୍ ୪ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବ। ନୂଆ ଟେଷ୍ଟ କିଟ୍ ବିକଶିତ ହେବା ଯୋଗୁ ଆଉ ଜିନମ ସିକ୍ୱେନ୍ସିଂର ଆବଶ୍ୟକତା ପଡ଼ିବନି। ଏନେଇ ଆଇସିଏମଆ ଡିଜି ଡାକ୍ତର ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।