ମୁଖ୍ୟମନ୍ତ୍ରୀଙ୍କୁ କହିବେ ମୁଁ ବଞ୍ଚିକି ଭଟିଣ୍ଡା ଏୟାରପୋର୍ଟ ପହଞ୍ଚିଗଲି: ମୋଦୀ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ସାମାନ୍ୟ ଅବହେଳା ଦେଖିବାକୁ ମିଳିଛି। ମୋଦୀ ଆଜି ଭଟିଣ୍ଡାରୁ ହୁସେନୀବାଲା ହୋଇ ଫିରୋଜପୁର ଯାଉଥିଲେ। କିନ୍ତୁ ଉକ୍ତ ରାସ୍ତାକୁ ପ୍ରଦର୍ଶନକାରୀମାନେ ଘେରି ରଖିଥିଲେ। ସେଥିପାଇଁ ଫ୍ଲାଇଓଭରରେ ମୋଦୀଙ୍କ ଗାଡ଼ି ପାଖାପାଖି ୧୫ରୁ ୨୦ ମିନିଟ୍ ଅଟକି ରହିବା ପରେ ସେ ଫେରି ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳାକୁ ନେଇ ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରକୁ ରିପୋର୍ଟ ମାଗିଛି।

ଭଟିଣ୍ଡା ଏୟାରପୋର୍ଟ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ଅଧିକାରୀଙ୍କୁ କହିଥିଲେ ଯେ, ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବେ। କାରଣ ମୁଁ ବଞ୍ଚିକି ଭଟିଣ୍ଡା ଏୟାରପୋର୍ଟ ପଳାଇ ଆସିଲି।