ପୁଣି ଖାଦ୍ୟରେ ଛଳନା, କୁକୁର ମୁହଁରେ ଫୁଟିଲା ବୋମା

ପାଟଣା,ଏନ୍ଏନ୍ଏସ୍: ଲୋକଙ୍କ ଠାରେ ଦିନକୁ ଦିନ ମାନବିକତା ହଜିଯାଉଛି। ନିରୀହ ଅକୁହା ପ୍ରାଣୀଙ୍କୁ ମାରିବା ପାଇଁ ଖାଦ୍ୟର ଲୋଭ ଦେଖାଇ ଖାଦ୍ୟରେ ବୋମା, ବିଷ ରଖିଦେଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଆଜି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟ ବଣମହୁଲଡିହା ଗାଁରେ ଦେଖିବାକୁ ମିଳିଛି। ବାରହା ଶିକାର ଦୁର୍ବୃତ୍ତମାନେ ଖାଦ୍ୟରେ ବୋମା ରଖିଥିଲେ। ଏହାକୁ ଏକ କୁକୁର ଖାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ କୁକୁର ମୁହଁରେ ହିିଁ ବୋମାଟି ଫୁଟିଥିଲା। ବିସ୍ଫୋରଣରେ କୁକୁରଟି ପ୍ରାଣ ହରାଇଛି। ଏନେଇ ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।