ଚା’ ଦୋକାନକୁ ମାଡି ଆସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୋକାନୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଚେମେଣା ନିକଟରେ ଆଜି ଏକ ଟ୍ରକ ଚା’ ଦୋକାନ ଭିତରକୁ ମାଡ଼ିଆସିଛି। ସୂଚନା ଅନୁସାରେ ରାଜପଥ କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ନିକଟରେ ଥିବା ଚା’ ଦୋକାନକୁ ଟ୍ରକଟି ମାଡ଼ିଆସିଛି। ଫଳରେ ଚା’ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସେଠାରେ ଥିବା କିଛି ଗ୍ରାହକ ମଧ୍ୟ ସୁରକ୍ଷିତ ଅଛନ୍ତି। କୁହୁଡ଼ି ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡିକୁ ଜବତ କରିଛି।