ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ମୁନିସିପାଲଟି ପିଅନପଡା କାଳୀ ମନ୍ଦିର ନିକଟସ୍ଥ ବନ୍ଧ ସାହିରେ ବୋମା ମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ ପିଅନପଡାର ଟିଟୁନ ବେହେରା ଓ ତାଙ୍କ ପରିବାର ଘରେ ଶୋଇଥିବା ବେଳେ ଘର ଉପରକୁ ୩ଟି ବୋମା ମାଡ଼ ହୋଇଛି। ଦୁଇଟି ବାଇକରେ ୪ଜଣ ଆସି ବୋମା ମାଡ଼ କରିଥିବା ଜଣାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା କୁହାଯାଉଛି। ଏଥିରେ ଘରର ଆଜିବେଷ୍ଟସ୍ ଭାଙ୍ଗିଯାଇଥିବା ବେଳେ ଘରେ ଥିବା କୌଣସି ସଦସ୍ୟଙ୍କର କିଛି କ୍ଷତି ହୋଇ ନାହିଁ।
ଘଟଣା ସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସ ପହଞ୍ଚି ଘଟଣା ସ୍ଥଳରୁ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଏକ ବ୍ୟାଗ ଜବତ କରିବା ସହ ତଦନ୍ତ ଜାରି ରଖିଛି।