ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାବେଳେ ଗତକାଲି ତୁଳନାରେ ଆଜି ୮ ପ୍ରତିଶତ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ଭିତରେ ଦେଶରୁ ୫୦,୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୦୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦେଶରେ ଆଉ ୫୫,୩୩୧ ଜଣ ସୁସ୍ଥ ହୋଇଛନ୍ତି।
ଏହାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩,୬୪,୦୮୬ରେ ପହଞ୍ଚିଛି। ସେଥିରୁ ୭୭,୧୧,୮୦୯ ଜଣ ସୁସ୍ଥ ହୋଇସାରିଥିବାବେଳେ ୧,୨୪,୩୧୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ୫,୨୭,୯୬୨ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।