ଦେବଗଡ଼,ଏନ୍ଏନ୍ଏସ୍: ସମ୍ବଲପୁର ସହରର ହୋଟେଲ ଶିଲା ଟାୱାର ରୁ ଗତ ୨ଦିନ ପୂର୍ବେ ୩୯ଲକ୍ଷ ଟଙ୍କା ଚୋରି ହୋଇଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ହୋଟେଲ କର୍ମଚାରୀ ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ବନାକାଲ ଗ୍ରାମର ରାକେଶ ବେହେରାଙ୍କ ଘରେ ସମ୍ବଲପୁର ଧନୁପାଲି ପୁଲିସ ଆଜି ଚଢ଼ଉ କରିଥିଲା । ସେଠାରେ ୩୨ ଲକ୍ଷ ଟଙ୍କା ଉଦ୍ଧାର କରିଥିବାବେଳେ ଅବଶିଷ୍ଟ ୭ଲକ୍ଷ ଟଙ୍କା ରାକେଶ ଅନ୍ୟଜଣକୁ ଦେଇଥିବା କହିଥିଲେ । ପରେ ୩୨ ଲକ୍ଷ ଟଙ୍କା ପୁଲିସ ଉଦ୍ଧାର ସହ ଅଭିଯୁକ୍ତ ରାକେଶକୁ ନେଇ ସମ୍ବଲପୁର ଫେରିଥିବା ଜଣାପଡ଼ିଛି ।