ହୋଲଡିଂ ଟ୍ୟାକ୍ସ ରିହାତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବିକଲେ ବିଧାୟକ

ଦେବଗଡ଼,ଏନ୍ଏନ୍ଏସ୍ : କରୋନା ମହାମାରୀକୁ ରୋକିବା ପାଇଁ ସାରା ଦେଶ ଲକଡାଉନ ରହିଥିବା ବେଳେ ଦେଶରେ ଆର୍ôଥକ ସଙ୍କଟ ଦେଖା ଦେବାର ସମ୍ଭାବନା ଦେଖା ଦେଇଛି । ଲକଡାଉନ ଯୋଗୁଁ ବହୁ ଅନୁଷ୍ଠାନ ବନ୍ଦ ହୋଇପଡିଥିବାରୁ ବହୁ ଜନସାଧାରଣ ରୋଜଗାର ହରାଇବାକୁ ବାଧ୍ୟ ହୋଇଛନ୍ତି । ଏପରି ସ୍ଥଳେ ଦେବଗଡ଼ ଭଳି ଏକ ଆର୍ôଥକ ଅନଗ୍ରସର ଜିଲ୍ଲାର ଜନ ସାଧାରଣଙ୍କୁ ସହାୟତା ପାଇଁ ଆଜି ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ସହ ଆଲୋଚନା କରି ଦେବଗଡ଼ ପୌରାଂଚଳ ଅଧୀନରେ ଥିବା ସମସ୍ତ ଜନସାଧାରଣଙ୍କୁ ପୌରପରିଷଦ ପକ୍ଷରୁ ୩୦ ପ୍ରତିଶତ ହୋଲଡିଂ ଟ୍ୟାକ୍ସ ରିହାତି ପାଇଁ ଦାବୀ ଜଣାଇଥିବା ବିଧାୟକ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଦେବଗଡ଼ ପୌରଅଂଚରେଞ୍ଚବାସ କରୁଥିବା ସମସ୍ତ ଅଧିବାସୀ ସାଧରଣତଃ କୃଷି ଓ ବ୍ୟବସାୟ ଉପରେ ନିର୍ଭର ଥିବାରୁ ଲକଡାଉନ ଯୋଗୁଁ ସମସ୍ତଙ୍କ ଆର୍ôଥକ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥିବାରୁ ହୋଲଡିଂ ଟ୍ୟାକ୍ସରେ ରିହାତି ଦେଇ ସେମାନଙ୍କୁ ସହାୟତା ଦେବାକୁ ଶ୍ରୀ ପାଣିଗ୍ରାହୀ ଦାବୀ କରିଥିବା ବେଳେ, ଜିଲ୍ଲାପାଳ ତଥା ପୌରପରିଷଦର ପ୍ରଶାସନିକ ଅଧିକାରୀ ଶ୍ରୀ ସାମଲ ଏଥି ପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।