ସ୍କୁଲ ପରିସରରୁ ଗଛ ଚୋରି ଘଟଣା: ଗିରଫ ପରେ ବେଲରେ ଆସିଲେ ଅଧ୍ୟାପକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବାଲିଯୋରୀସ୍ଥିତ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲ୍ ପରିସରରୁ ଗଛ ଚୋରି ଘଟଣାରେ ସ୍କୁଲର ଅଧ୍ୟାପକ ଶିଶିର କୁମାର ନାଏକଙ୍କୁ ବନବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। ଏହାପରେ ଏସଡିଜେଏମ କୋର୍ଟ ୨୦ ହଜାର ଟଙ୍କା ବେଲ ବଣ୍ଡରେ ଅଭିଯୁକ୍ତ ଅଧ୍ୟାପକଙ୍କ ଜାମିନ ମଞ୍ଜୁର କରିଛନ୍ତି। ତେବେ ବନବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରକାଶ ଯୋଗ୍ୟ ଯେ, ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲ ପରିସରରୁ ଗଛି ଚୋରି ନେଇ ଅଭିଯୋଗ ମିଳିବା ପରେ ଝାରସୁଗୁଡା ବନବିଭାଗ ଗତ ୯ ତାରିଖ ସ୍କୁଲର ଆଖପାଖ ଅଞ୍ଚଳରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସ୍କୁଲ ପରିସରରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ଅଧ୍ୟପକ ଶିଶିର ନାଏକଙ୍କ ଘର ନିକଟରେ ମାଟିତଳୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ୧୨ ଖଣ୍ଡ ଗଛ ଗଣ୍ଡି ଜବତ କରଥିଲା।