ପାଟଣାଗଡ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ଗଛ ଲଗାଇଲେ ବଲାଙ୍ଗିର ସାଂସଦ

ପାଟଣାଗଡ,ଏନ୍ଏନ୍ଏସ୍: ଆଜି ପାଟଣାଗଡ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ବନମହୋତ୍ସବର କାର୍ଯ୍ୟକ୍ରମର ପ୍ରଥମ ଦିନରେ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ ନିଜ କରକମଳରେ ବୃକ୍ଷ ରୋପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ମଧ୍ୟ ଯୋଗଦେଇଥିଲେ।

ପ୍ରଥମେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ସଦାଶିବ ସରାଫ୍ ଏବଂ ସ୍କୁଲର ସଭାପତି ଲାୟନ୍ସ ମନୋଜ ନନ୍ଦ ମୁଖ୍ୟ ଅତିଥି ସାଂସଦ ଓ ବ୍ଲକ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଟଣାଗଡ ଲାୟନ୍ସ କ୍ଲବର ବୀରେନ୍ଦ୍ର ପାତ୍ର, ଗଜାନନ ଅଗ୍ରୱାଲ, ମହାଦେବ ମେହେର ଓ ଜୋନ ଚେୟାରମ୍ୟାନ ଶ୍ରୀକାନ୍ତ ପାତ୍ରଙ୍କ ସହ କ୍ଲବର ମହିଳା ସଦସ୍ୟା ଓ ସ୍କୁଲର ଅଧ୍ୟକ୍ଷ ଗୋବର୍ଦ୍ଧନ ନାୟକ, ପ୍ରତ୍ୟୁଷ ମିଶ୍ର ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ। ଏହି ଅବସରରେ ସାଂସଦ ସ୍କୁଲ ପରିସରରେ ୧୦୦ଟି ବୃକ୍ଷ ରୋପଣ କରିଥିଲେ।