ଆବାସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିସହିତ ଫନି ଅଣପ୍ରଭାବିତ ବାକି ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ଘର ପାଇଁ ସେ ନିବେଦନ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଆବାସ ପ୍ଲସ୍ ୱିଣ୍ଡୋ ଖୋଲାଯାଇଛି। ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ମାସକ ନିମନ୍ତେ ୱିଣ୍ଡୋ ଖୋଲାଯାଇଛି ବୋଲି ହେଲେ ଅଣପ୍ରଭାବିତ ୧୬ ଜିଲ୍ଲା ପାଇଁ ୱିଣ୍ଡୋ ଖୋଲି ନଥିବାରୁ ସୁଫଳ ମିଳିପାରୁନି। ଘର ପାଇନଥିବା ଉକ୍ତ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କ ଚୟନ ରାଜ୍ୟ କରିଛି। ଆବାସ ପ୍ଲସ ଭଳି ରାଜ୍ୟ ପ୍ରସ୍ତୁତ କରିଥିବା ପୋର୍ଟାଲ ଦ୍ୱାରା ହିତାଧିକାରୀ ଚୟନ ହୋଇଛି। ଏଭଳି ସ୍ଥିତିରେ ସାରା ରାଜ୍ୟ ପାଇଁ ଆବାସ ପ୍ଲସ ୱିଣ୍ଡୋ ଖୋଲିବାକୁ ସେ ଦାବି କରିଛନ୍ତି।