ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନୂଆପଡ଼ା ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଲଖନପୁର ବ୍ଲକ୍ ଅନ୍ତର୍ଗତ ଖୋଲଜାମକାନୀ ନିବାସୀ ଶଙ୍କର ମିର୍ଦ୍ଧାଙ୍କ ପୁଅ ବାସୁଦେବ ମିର୍ଦ୍ଧା ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଶୁକ୍ରବାର ଭୋର ୪ଟାରେ ରେଲୱେ ଲାଇନମ୍ୟାନ୍ ଡାଉନ୍ ଲାଇନ୍ ଖମ୍ବ ନଂ ୫୨୨-୫୨୪ ମଝିରେ ରେଳଧାରଣା ଉପରେ ବାସୁଦେବଙ୍କ ଶବ ପଡ଼ିଥିବାର ଦେଖି ରେଲୱେ ପୁଲିସକୁ ଖବର ଦେଇଥିଲେ। ପରେ ରେଲୱେ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହିତ ଏକ ମାମଲା ରୁଜୁ କରି ଯୁବକଙ୍କ ମୃତ୍ୟୁ କିପରି ହେଲା ସେନଇ ତଦନ୍ତ ଆରମ୍ଭ କରିଛି ।