ଝାରସୁଗୁଡ଼ାରେ ଆଉ ୨୭ କରୋନା ପଜିିଟିଭ ଚିହ୍ନଟ: ସଂଖ୍ୟା ୭,୧୨୫କୁ ବୃଦ୍ଧି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୨୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୧୧ଜଣ, ଝାରସୁଗୁଡ଼ା ବ୍ଲକରୁ ୪ଜଣ, ଲଖନପୁର ବ୍ଲକରୁ ୬ଜଣ, ଲଇକେରା ବ୍ଲକ ଓ ବେଲପାହାଡ଼ ପୌରାଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଆଉ ୪ଜଣ ଆକ୍ରାନ୍ତ ବାହାର ଜିଲ୍ଲା ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୧୨୫କୁ ପହଞ୍ଚିଥିବା ବେଳେ ୬,୯୧୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୮ ଜଣଙ୍କ ଚିକିତ୍ସା ଜାରି ରହିଛି। ଅନ୍ୟପଟେ ଜିଲ୍ଲାରେ ୨୩ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।