ଡିଏମକେର ପ୍ରତିଶ୍ରୁତି: ପେଟ୍ରୋଲ ୫, ଡିଜେଲ ୪ ଓ ଗ୍ୟାସ ଦାମ୍ ୧୦୦ ଟଙ୍କା କମିବ

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଆସନ୍ତା ଏପ୍ରିଲ ୬ରେ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଏମକେ ଷ୍ଟାଲିନଙ୍କ ପାର୍ଟି ଦ୍ରାବିଡ ମୁନେତ୍ର କଡ଼ଗମ(ଡୀଏମକେ) ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛିି। ଇସ୍ତାହାରରେ ପେଟ୍ରୋଲ ଦର ୫ ଓ ଡିଜେଲ ଦର ୪ଟଙ୍କା ହ୍ରାସ କରିବାକୁ ନେଇ ଷ୍ଟାଲିନ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଏଲପିଜି ଗ୍ୟାସ୍ ସିଲିଣ୍ଡର ୧୦୦ଟଙ୍କାର ସବସିଡି ପ୍ରଦାନ କରିବା କଥା ମଧ୍ୟ କହିଛନ୍ତି।

ଡୀଏମକେ ସାଂସଦ ଟି ଶିବା କହିଛନ୍ତି ଯେ, ‘ଏହା ଆଜି ଲୋକଙ୍କ ଉପରେ ଏକ ବଡ଼ ବୋଝ ସଦୃଶ। କେନ୍ଦ୍ର ଓ ରାଜ୍ୟ ସରକାର ଏକ୍ସାଇଜ ଡ୍ୟୁଟି ଓ ସେସ ବଢ଼ାଉଛନ୍ତି। ଆମେ ଶାସନକୁ ଆସିଲେ ଇନ୍ଧନ ଦର କମ୍ କରିବୁ।