ମନ୍ଦିର ନିକଟରୁ ଯୁବକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗି ଗଣେଶ ମନ୍ଦିର ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ପଟ୍ଟାଙ୍ଗିର ଲୋକନାଥ ଚୌଧୁରୀଙ୍କ ପୁଅ ଗଙ୍ଗା ପ୍ରସାଦ ଚୌଧୁରୀ(୨୫) ବୋଲି ଜଣାପଡ଼ିଛି। ଏନେଇ ପରିବାର ତରଫରୁ ହତ୍ୟା ଅଭିଯୋଗ ହୋଇଛି। ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା, ପଟ୍ଟାଙ୍ଗ ବିଜୟ ରାଜ ମାଝୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।