ସିବିଏସ୍ଇ ପ୍ରତିଯୋଗିତାରେ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାର ଦୋରାଗୁଡ଼ା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ସ୍ଥାପିତ ହେବା ପରଠାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ବିଦ୍ୟାଳୟ ପାଇଁ ଅନେକ ସୁନାମ ଆଣିଛନ୍ତି। ନିକଟରେ ସିବିଏସଇ ଇଂଲିଶ ରିଡିଂ ଚ୍ୟାଲେଞ୍ଜ୍୨୦୧୯-୨୦ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଏହି ସ୍କୁଲର ଦୁଇ ଜଣ ବିଦ୍ୟାର୍ଥୀ ସ୍କୁଲ୍ ପାଇଁ ଗୌରବ ଆଣିଛନ୍ତି।

ମାଷ୍ଟର ରିତାୟନ୍ ମିଶ୍ର (ନବମ ଶ୍ରେଣୀ) ଓ ମାଷ୍ଟର ଆଦର୍ଶ ପାଣ୍ଡେ (ଦଶମ ଶ୍ରେଣୀ) ସିବିଏସଓ ପକ୍ଷରୁ ୨୦୨୦ ଫେବୃଆରୀରେ ଆୟୋଜନ କରାଯାଇଥିବା ଇଂଲିଶ ରିଡିଂ (ପଢ଼ିବା) ଚ୍ୟାଲେଞ୍ଜରେ ଚିତାକର୍ଷକ ପ୍ରଦର୍ଶନ କରି ସ୍କୁଲ୍ ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ଏଲଏନ ଦାଶ କହିଛନ୍ତି। ସିବିଏସଇ ପକ୍ଷରୁ ଆୟୋଜନ କରାଯାଇଥିବା ଲିଖିତ ପରୀକ୍ଷାରେ ଅନୁଷ୍ଠିତ ଅନଲାଇନ୍ ପରୀକ୍ଷାରେ ୫୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କ ବୁଝିବା, ହସ୍ତକ୍ଷେପ କରିବା, ଶବ୍ଦକୋଷ, ଅନୁଶୀଳନ ଏବଂ ପ୍ରତିଫଳନ ଦକ୍ଷତା ଜାଣିବା ପାଇଁ ସେମାନଙ୍କୁ ବିବିଧ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା ବୋଲି ଶ୍ରୀଯୁକ୍ତ ଦାଶ କହିଛନ୍ତି।

ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଅଞ୍ଚଳର ସମସ୍ତ ସିବିଏସଇ ସ୍କୁଲ୍ ମଧ୍ୟରେ ଏବିପିଏସର ଦୁଇ ଜଣ ଛାତ୍ରଛାତ୍ରୀ ୧୨ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ସୁରକ୍ଷିତ କରିଥିଲେ। ସ୍କୁଲର ଏଭଳି ଉଦାହରଣ ସୃଷ୍ଟିକାରୀ ପ୍ରଦର୍ଶନକୁ ନେଇ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି।