ମୁଁ ଦାୟିତ୍ୱରୁ ଖସି ଯାଏ ନାହିିଁ: ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ‘ହିନ୍ଦୁସ୍ତାନ୍‌ ଟାଇମସ୍‌ ଲିଡର୍‌ସିପ୍‌ ସମିଟ୍‌’ର ଉଦଘାଟନୀ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ମୁଁ ଦାୟିତ୍ୱରୁ ଖସି ଯାଏ ନାହିଁ। ଏଥିସହ ତାଙ୍କ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ସେ ପକାଇ ରଖିବା ଲୋକ ନୁହଁନ୍ତି ବୋଲି କହିଥିଲେ।

ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ, ୧୧୨ଟି ଜିଲ୍ଲାରେ ଉନ୍ନତିକରଣ ପାଇଁ କଠୋର ଉଦ୍ୟମ, ଦିଲ୍ଲୀର ବେଆଇନ କଲୋନିଗୁଡ଼ିକୁ ନିୟମିତ କରାଇବା ଆଦି କାର୍ୟ୍ୟ ତାଙ୍କ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ନୁହେଁ, ବିକାଶ ଅଟେ ବୋଲି ମୋଦୀ କହିଛନ୍ତି। ପ୍ରଣୟନ କଥା ବିଚାର ନ କରି ସେମାନେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦିଅନ୍ତି ଓ ଘୋଷଣା କରନ୍ତି।

ଶିଖର ବୈଠକରେ ସମବେତ ଅଗ୍ରଣୀ ବ୍ୟବସାୟୀ, କୂଟନୀତିଜ୍ଞ ଏବଂ ରାଜନେତାଙ୍କ ଗହଣରେ ସେ ଆହୁରି କହିଛନ୍ତି ଯେ ଆମ୍ଭେ ନିଜେ ଚାପ ଗ୍ରହଣ କରିଛୁ। ଏସବୁ ଚାପ ଜନତାଙ୍କ ଉନ୍ନତ ଭବିଷ୍ୟତ ସହ ସମ୍ପୃକ୍ତ।