ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡ଼ାସ୍ଥିତ ସେବା ଧାମରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ଅଭୟ ଚୈତନଜୀଙ୍କ ଆହ୍ୱାନକ୍ରମେ ବହୁ ସ୍ୱେଛାସେବୀ ଯୋଗଦେଇ ରକ୍ତଦାନ କରିଛନ୍ତି । ସର୍ବପ୍ରଥମେ ପପୁ ପ୍ରଧାନ ଓ ଦ୍ୱିତୀୟରେ ଫନିନ୍ଦ୍ର ପ୍ରଧାନ ରକ୍ତଦାନ କରିଥିଲେ । ଦେବଗଡ଼ ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର କୋଶଳ ଚନ୍ଦ୍ର ହାଁସଦା, ଲୋକ ସମ୍ପର୍କ ଅଧିକାରୀ ମଳୟ କୁମାର ବେହେରା, ନର୍ସିଂ ଅଫିସର ଅମ୍ବିକା ଦାଶ ଓ ଏଫଟି ମିନାକ୍ଷୀ ପ୍ରଧାନ ଯୋଗଦେଇ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ସ୍ୱେଛାସେବୀ ଲୋକନାଥ ପ୍ରଧାନ, ଅଶୋକ ପ୍ରଧାନ, ଭରତ ସାହୁ ଓ ବିଭୁତି ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ମୋଟ ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।