ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ତମାଣ୍ଡୋରେ ବ୍ରହ୍ମକୁମାରୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହ ଦାଶବାଟିଆସ୍ଥିତ ବ୍ରହ୍ମକୁମାରୀ ସେଣ୍ଟରର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ଯେ, ଓଡ଼ିଶା ସହ ବ୍ରହ୍ମକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ସମ୍ପର୍କ ରହିଛି । ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା । ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହେଉଛି । ପରିବର୍ତ୍ତନ ହିଁ ସତ୍ୟ । ସ୍ରୋତ ପରି ସମୟ ମଧ୍ୟ ପରିବର୍ତ୍ତନଶୀଳ । ମାନସିକ ଶାନ୍ତି ନଥିଲେ ଜଣେ ପ୍ରକୃତ ଶାନ୍ତି ପାଇବ ନାହିିଁ । ମାନସିକ ଶାନ୍ତି ପାଇଲେ ହିଁ ଆମେ ଶାନ୍ତି ପାଇ ପାରିବା । ଆତ୍ମଚିନ୍ତନ ଅଭାବରୁ ହିଁ ଆମେ ନକରାତ୍ମକର ଶିକାର ହେଉଛୁ । ମାନସିକ ଯଶ ଓ କ୍ଷମତା ପଛରେ ଦୌଡ଼ି ଦୌଡ଼ି ମଣିଷ ଆଜି କ୍ଳାନ୍ତ ହୋଇଯାଉଛି । ଅଜ୍ଞତା ହେତୁ ନିଜ ଭିତରେ ଥିବା ଭଲ ଗୁଣକୁ ଆମେ ଚିହ୍ନି ପାରୁନୁ ।