ନୂଆଦିଲ୍ଲୀ: ପ୍ରେମ ପାଇଁ ପାକିସ୍ତାନ ଯାଇଥିବା ଭାରତୀୟ ଝିଅ ଅଞ୍ଜୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉକ୍ତ ମାମଲାକୁ ନେଇ ଏବେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବୟାନ ସାମ୍ନାକୁ ଆସିଛି । ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଯେ, ଏହା ବୈଦେଶିକ ନୀତିର ପ୍ରସଙ୍ଗ ନୁହେଁ । ଯଦି କାଉନସିଲର ସମ୍ବୋଧିତ ପ୍ରସଙ୍ଗ ହେବ ତା’ହେଲେ ପ୍ରକ୍ରିୟା ଗ୍ରହଣ କରାଯିବ । ଆଉ ଏବେ ଏହା ଏକ ବ୍ୟକ୍ତିଗତ ପ୍ରସଙ୍ଗ ।
ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରି ନସରୁଲ୍ଲାହଙ୍କୁ ବିବାହ କରିଛନ୍ତି । ଏମିତିରେ ତାଙ୍କର ଅନେକ ଭିଡିଓ ସାମ୍ନାକୁ ଆସିଛି । ନିକଟରେ ନସରୁଲ୍ଲାହ ଓ ତାଙ୍କ ବନ୍ଧୁଙ୍କ ସହ ଅଞ୍ଜୁ ଡିନର କରୁଥିବାର ଏକ ଭିଡିଓ ଦେଖିବାକୁ ମିଳିଥିଲା । ଉକ୍ତ ଭିଡିଓରେ ଅଞ୍ଜୁ ବୁର୍ଖା ପିନ୍ଧିଥିବା ଦେଖିବାକୁ ମିଳିଛି ।