ବିଜୁବାବୁଙ୍କ ୨୫ ତମ ଶ୍ରାଦ୍ଧ ଦିବସରେ ବିଜେଡ଼ି କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ପାଟଣାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି। ଏହି ଦିବସରେ ପାଟଣାଗଡ଼ ବିଧାୟକ ମୁଖ୍ୟଅତିଥି ଭାବେ ଶ୍ରୀ ସରୋଜ କୁମାର ମେହେର ଯୋଗ ଦେଇ ପ୍ରଥମେ ସ୍ବର୍ଗତ ବିଜୁବାବୁଙ୍କ ଫୋଟୋରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ପରେ ସେଠାରେ ଏକ ରକ୍ତଦାନ ଶିବିର ଉଦଘାଟନ କରିଥିଲେ। ଏହି ଉଦଘାଟନ ସମୟରେ ପାଟଣାଗଡ଼ ଏନଏସିର ଓ ବ୍ଲକ୍ ଅଧ୍ୟକ୍ଷ ନୀଳକଣ୍ଠ ବାଗ ଓ ମାନସୀ ବିଶ୍ୱାଳ ସମେତ ବହୁ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ। ପରେ ରକ୍ତଦାନ ଶିବିରକୁ ଉଦଘାଟନ କରି ବିଧାୟକ ମେହେର ବୁଲି ଦେଖିଥିଲେ।ଏହି ରକ୍ତଦାନ ଶିବିରକୁ ପାଟଣାଗଡ଼ ରକ୍ତ ଭଣ୍ଡାରର ଡାକ୍ତର ପିତବାସ ସା ସମେତ ଟେକିନି ସିଏନ ଭୁଲା ସାମଲ ଓ କର୍ମଚାରୀ ମାନେ ସହାୟତା କରିଥିଲେ।

ଶେଷରେ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ସୁକୁମାର ବାରିକ କାଉନସିଲର ଅଜିତ ମେହେର ଅରବିନ୍ଦ କୁମ୍ଭାର, ରୀଙ୍କୁ ମେହେର, ସୁକୃ ସୁନାନି, ପରେସ ସାହୁ, ସଲିନ୍ଦ୍ର ମେହେର, କୁନା ସେଠ, ଜୁଗଧାରି ସାହୁ, ଚିତ୍ର ମେହେର ସମେତ ବେଲପଡା ବ୍ଲକ୍ ଅଧ୍ୟକ୍ଷା ଟିନା କୁମ୍ଭାର ଓ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ଯୋଗଦେଇଥିଲେ।