କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ ଛତିଝାର ଗ୍ରାମର ଯୁଜିଷ୍ଟିର ଦେହୁରି ପୁଅ, ଯତିସ ଦେହୁରି ଝିଅ ଶାଲୁଙ୍କି ନଦୀରେ ଗାଧୋଇବା ବେଳେ ଗୋଡଖସି ପାଣିରେ ବୁଡିଯାଇଥିଲେ।
ସେଠାରୁ କିଛି ଦୂରରେ ଗାଧଉଥିବା ଲକେମାନେ ଉଦ୍ଧାର କରି ଟିକାବାଲି ଗୋଷ୍ଠୀ ସ୍ୟାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବରପାଇ ଟିକାବାଲି ପୁଲିସ ପହଞ୍ଚି ତଦନ୍ତ ଚଲାଇଛି। ଏହି ଘଟଣା ସାରା ଟିକାବାଲି ଅଞ୍ଚଳରେ ଛାୟା ଖେଳିଯାଇଛି।