ପାଟଣାଗଡ,ଏନ୍ଏନ୍ଏସ୍: ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ଆସି ପାଟଣାଗଡର ଉଲବା ଠାରେ ପହି ସେଠାରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ତଥା ପାଟଣାଗଡ ବ୍ଲକର ୨ଥର ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ଶ୍ରାଦ୍ଧ ଦିବସରେ ଯୋଗଦେଇଥିଲେ କେନ୍ଦ୍ର ମନ୍ତ୍ରୀ ସ୍ୱାଧିନିରଞ୍ଜନ ଜ୍ୟୋତି।
ପାଟଣାଗଡରେ ପହଞ୍ଚିବା ପରେ ସ୍ଥାନୀୟ ଲୋକସଭା ସଦସ୍ୟା ସଙ୍ଗିତା କୁମାରୀ ସିଂଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ସହ ଅନେକ ବିଜେପି କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଉଲବା ଗ୍ରାମକୁ ଯାଇ ବିରଷ୍ଠ ବିଜେପି ନେତା ତଥା ପୁର୍ବତନ ଜିଲ୍ଲା ସଭାପତି ଭକ୍ତବନ୍ଧୁ ନାଏକଙ୍କ ପରିବାରକୁ ଭେଟି ଅମର ଆତ୍ମାର ସତଗତି କାମନା କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ। ପରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ବଲାଙ୍ଗିର ଲୋକସଭା ସଦସ୍ୟା ସଙ୍ଗିତା କୁମାରୀ ସିଂଦେଓ, ମନ୍ତ୍ରୀ ସ୍ୱାଧି ନିରଞ୍ଜନ ଜ୍ୟୋତି, ଲୋଇସିଂହା ବିଧାୟକ ମୁକେଶ ମହାଲଙ୍ଗ, ଜିଲ୍ଲା ପ୍ରଭାରୀ ସୁରେଶ୍ବର ଶତପଥି, ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ, ପାଟଣାଗଡ ସାମ୍ବାଦିକ ସଂଘର ସଭାପତି ଲକ୍ଷ୍ମୀକାନ୍ତ ମିଶ୍ର ସ୍ୱର୍ଗତ ନାଏକଙ୍କ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।