ମାରୱାଡ଼ି ଯୁବାମଞ୍ଚ ଓ ସୁବର୍ଣ୍ଣରେଖା ମହିଳା ମଞ୍ଚର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ମାରୱାଡ଼ି ପଞ୍ଚାୟତ ଧର୍ମଶାଳାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ପାଟଣାଗଡ଼ ମାରୱାଡ଼ି ଯୁବା ମଞ୍ଚ ଓ ସୁବର୍ଣ୍ଣରେଖା ମହିଳା ଶାଖା ମଞ୍ଚର ମିଳିତ ଭାବେ ଆୟୋଜିତ କାର୍ଯ୍ୟକ୍ରମକୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜକ ମାରୱାଡ଼ି ଯୁବା ମଞ୍ଚର ସଭାପତି ଅଭିଷେକ ଅଗ୍ରୱାଲ ଓ ମହିଳା ଶାଖାର ସଭାପତି ମିନା ଅଗ୍ରୱାଲ ପ୍ରଥମେ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଥିରେ ଯୁବାମଞ୍ଚର ନିତେଶ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ଦିନୁ ଛପାଡ଼ିଆ, ପ୍ରକାଶ ଗୋଏଲ, ବିଶାଳ ଜୈନ, ଶୁଭମ ଅଗ୍ରୱାଲ, ଅନୋଜ ଅଗ୍ରୱାଲ ଓ ସୁବର୍ଣ୍ଣରେଖା ମହିଳା ସମିତିର ନିଲମ ଅଗ୍ରୱାଲ ଶାରଦା ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ । କଳିଙ୍ଗ ବୈଶ୍ୟ ସମାଜର ମହିଳାମାନେ ମଧ୍ୟ ଯୋଗ ଦେଇଥିଲେ । ପାଟଣାଗଡ଼ ରକ୍ତ ଭଣ୍ଡାରର ଭୁଲା ସାମଲ ସଂଜୀବ ଯୋଶୀ, ଅଜୟ କୁମ୍ଭାର, ରୁଦ୍ରମଣି ଭୁଏ, ରମେଶ ମିଶ୍ର, ଏନ ରାଜେଶ୍ୱରୀଙ୍କ ତତ୍ତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା ।