ଗୁଜରାଟଠୁ ୧୮୦ କିମି ଦୂରରେ ‘ବିପର୍ଯ୍ୟୟ’

ଗୁଜରାଟ: ବାତ୍ୟା ‘ବିପର୍ଯ୍ୟୟ’ ଆରବ ସାଗରରୁ ଭାରତର ପଶ୍ଚିମୀ ତଟ ଦିଗକୁ ବଢ଼ୁଛି । ଏହା କାଲି ଗୁଜରାଟ ତଟରେ ମାଡ଼ ହେବା ନେଇ ଅନୁମାନ କରାଯାଉଥିବାରୁ ଏଜେନ୍ସି ଆଲର୍ଟ ରହିଛି । ଗତ ୫ ଘଣ୍ଟାରେ ବାତ୍ୟା ବିପର୍ଯ୍ୟୟ ଦୁର୍ବଳ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ମୃତ୍ୟୁଞ୍ଜୟ ମହାପାତ୍ର ଆହୁରି କହିଛନ୍ତି ଯେ, ୧୫ ତାରିଖ ସଂଧ୍ୟାରେ ଏହା ଭାରି ଝଡ଼ ରୂପେ ସୌରାଷ୍ଟ୍ର ଓ କଚ୍ଛ ତଟରେ ମାଡ଼ ହେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିମି ରହିବ ଯାହାକି ୧୫୦ କିମି ମଧ୍ୟ ହୋଇପାରେ । କଚ୍ଛରେ ଝଡ଼ର ବେଗ ଅଧିକ ହୋଇପାରେ । ସୌରାଷ୍ଟ୍ର ଓ କଚ୍ଛରେ ଆଜି ପ୍ରବଳ ବର୍ଷା ହେବ ।