ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ପ୍ରସ୍ତୁତି: ୩ ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା, ୬୯ ଟ୍ରେନ ବାତିଲ

ଗୁଜରାଟ: ବାତ୍ୟା ‘ବିପର୍ଯ୍ୟୟ’କୁ ନେଇ ସରକାର ସଜାଗ ରହିଛନ୍ତି । ଏହିକ୍ରମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ସେନାର ମୁଖ୍ୟଙ୍କ ସହ କଥା ହେବାସହ ଲ୍ୟାଣ୍ଡଫଲ ପାଇଁ ସଶସ୍ତ୍ର ବଳର ପ୍ରସ୍ତୁତିକୁ ନେଇ ମଧ୍ୟ ସମୀକ୍ଷା କରିଛନ୍ତି । କୌଣସି ବି ପରିସ୍ଥିତିରେ ସଶସ୍ତ୍ର ବଳ ନାଗରିକଙ୍କ ସହାୟତା କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଅନ୍ୟପଟେ କଚ୍ଛ ସୀମାବର୍ତ୍ତୀ ଗାଁର ଲୋକଙ୍କୁ ବିଏସଏଫ ଏକ ଆଶ୍ରମରେ ଆଶ୍ରୟ ଦେଇଛି । ସେଠାରେ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ ୬୯ ଟ୍ରେନକୁ ବାତିଲ କରାଯାଇଥିବାବେଳେ ୩୩ ଟ୍ରେନକୁ ସର୍ଟ ଟର୍ମିନେଟ ଓ ୨୭ ଟ୍ରେନକୁ ସର୍ଟଅରିଜିନେଟ କରାଯାଇଛି । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କଚ୍ଛରେ ହସ୍ପିଟାଲ ନିରୀକ୍ଷଣ କରିବା ସହ ମହଜୁଦ ଥିବା ଅକ୍ସିଜେନ, ଭେଣ୍ଟିଲେଟର ଓ କ୍ରିଟିକାଲ କେୟର ବେଡ ସମ୍ବନ୍ଧରେ ସୂଚନା ମାଗିଛନ୍ତି ।