ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା କରମତଲା ପଞ୍ଚାୟତ ଛନଛଡ଼ା ସ୍ୱରସ୍ୱତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ବିଜୁ ଜନତାଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଶିଶୁ ବିକାଶମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ରକ୍ତ ଦାନ ଶିବିରରେ ୪୨ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା। ଅନ୍ୟପଟେ ସ୍ତ୍ରୀ ସଂଗୀତା ଅଗ୍ରୱାଲ ଓ ସ୍ୱାମୀ ଭଜନ ଅଗ୍ରୱାଲ ରକ୍ତଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆଜିକୁ ମିଶାଇ ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ ୩୭ ଥର, ମାଘା ମୁନା ୫୫ ଥର ରକ୍ତଦାନ କରିଛନ୍ତି।
ଏଥିରେ ସଇଁନ୍ତଳା ବିଜେଡି ବ୍ଲକ୍ ସଭାପତି ଦିଲ୍ଲୀପ ରାଜପଲିଆ, ଦୁର୍ଗା ପ୍ରସାଦ ଶର୍ମା, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ ପୁରୋହିତ, ଟୁନୁ ରାଜପଲିଆ, ମନ୍ତ୍ରୀ ପ୍ରତିନିଧି ରାଜ କିଶୋର ଡାଙ୍ଗ, କମଳ ଶର୍ମା, ରାଧେଶ୍ୟାମ ପାତ୍ର, ପ୍ରୀତମ ପୋଡ଼, ସୁଧାଂଶୁ ଶେଖର ବୁଡ଼େକ, ଦେବରାଜ ପୂଜାରୀ, ଉମା ଶଙ୍କର ପୁରୋହିତ, ସୁଜିତ ନାଗ, ବିଶ୍ୱ ନାଥ ସୁଆର, ବିକ୍ରମ ସିଂ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପୁରୁଷୋତ୍ତମ ପଣ୍ଡା, ସ୍ୱପ୍ନା ବାଗ, ସୁନିତା ପଞ୍ଚୁ, ଉଗ୍ରସେନ ବୁଡେକ, ସୁରଞ୍ଜନ ରଣା, ସତ୍ୟନାରାୟଣ ମହାକୁର, ସଂସାର କୁମାର ସାହୁ, ରଶ୍ମୀରଞ୍ଜନ ବାଗ, ଉର୍ମିଳା ସିଂ ପ୍ରମୁଖ ସହଯୋଗ କରିଥିଲେ।