ଝରିଗାଁ, ଏନ୍ଏନ୍ଏସ୍: ବାଇକ୍ ଦୁର୍ଘଟଣାରେ ବିଶିଷ୍ଟ ବ୍ୟବସାୟୀ ସୁରେନ୍ଦ୍ର ପାଣ୍ଡି(୫୬)ଙ୍କ ମୃତ୍ୟୁ ଘଟିଛି। ସୁରେନ୍ଦ୍ର ଗତକାଲି ନବରଙ୍ଗପୁରକୁ ଆସିଥିଲେ । ସେ ସକାଳୁ ନବରଙ୍ଗପୁରରୁ କାମ ସାରି ନିଜ ଗାଁ ଚନ୍ଦାହାଣ୍ଡି ବ୍ଲକର ବୋରିଗୁଡାକୁ ଫେରୁଥିବା ସମୟରେ ଝରିଗାଁ ବ୍ଲକର କୁସୁମି ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାଦେଖି ସ୍ଥାନୀୟ ବାସିନ୍ଦା ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।