ଆସନ୍ତାକାଲିଠାରୁ ବୟସ୍କ ନେବେ ଟିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲିଠାରୁ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଟିକାକରଣ ହେବ। ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେବେ। ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବେ। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବ। ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ମିଳିବାକୁ ଥିବା ବେଳେ ପ୍ରାଇଭେଟ ହସ୍ପିଟାଲରେ ପ୍ରତି ଡୋଜକୁ ଦେବାକୁ ପଡ଼ିବ ୨୫୦ ଟଙ୍କା।

ଯିଏ ଟିକା ନେବାକୁ ହେଲେ କୋୱିନ୍ ପୋର୍ଟାଲରେ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଯିଏ ପଞ୍ଜୀକରଣ କରିନଥିବ, ଅନ୍ ସାଇଟ୍ ପଞ୍ଜୀକରଣ କରି ଟିକା ନେଇପାରିବେ। ଟିକା ନେବା ବ୍ୟକ୍ତ ନିଜେ ଟିକା କରଣ କେନ୍ଦ୍ର ବାଛି ପାରିବେ। ସେପଟେ ଭୁବନେଶ୍ୱରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଟିକାକରଣ ହେବ।

ସେଥିରୁ ଘରୋଇ ହସ୍ପିଟାଲ ଗୁଡ଼ିକ ହେଲା ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସ୍ପିଟାଲ।