ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ମହାମାରୀ ସମୟରେ ଝାରସୁଗୁଡାରେ ରକ୍ତର ଅଭାବକୁ ଦୂର କରିବା ପାଇଁ ୟଙ୍ଗଷ୍ଟାର ଚାରିଟେବୁଲ ଟ୍ରଷ୍ଟ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା ।  ଏହି ରକ୍ତଦାନ ଶିବିରରେ ୭୧ ୟୁନିଟ ରକ୍ତ ସଂଗୃହ କରି ଜିଲ୍ଲା ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ରକ୍ତଦାନ ଶିବିର ଓଡିଶାର ପ୍ରଥମ ଶିବିର ଯେଉଁଥିରେ ରକ୍ତ ସଂଗୃହ ପୂର୍ବରୁ କୋଭିଡ ଟେଷ୍ଟ କରାଯାଇଛି ବୋଲି ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ସିଲବନ୍ତି ଜୋଜୋ କହିଛନ୍ତି।

ଏହି ଶିବିରକୁ ରାଜେଶ ସିଂହ ଓ ତାଙ୍କ ସ୍ତ୍ରୀ ଆରାଧନା ସିଂହ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ମାଜିଷ୍ଟ୍ରେଟ ଗୋଲକ ବିହାରୀ ମଙ୍ଗରାଜ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିର ଆୟୋଜନରେ ୟଙ୍ଗଷ୍ଟାର ଚେରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଅରବିନ୍ଦ ବାରିକ, ସଦସ୍ୟ ରାଜେଶ ପାଢ଼ୀ, ସୁନିତ ପାଣ୍ଡେ, ଆଲୋକ ଚନ୍ଦ୍ର ପାଣିଗ୍ରାହୀ, ଆଭାସ ଦୀକ୍ଷିତ, ଅଭିଜିତ ସାହୁ ଟିଙ୍କୁ ନାୟକ, ରାଜା ଦାସ, ଜୟ କୃଷ୍ଣ ବଗାର, ପ୍ରଶାନ୍ତ ଭଇଶା, ବିଷ୍ଣୁ ଗୋପାଳ ପଣ୍ଡା, ଅଭିଜିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।