ଝାରସୁଗୁଡ଼ାରୁ ୧୦୦ କରୋନା ପଜିଟିଭ ଚିହ୍ନଟ : ସଂଖ୍ୟା ୫,୪୯୩କୁ ବୃଦ୍ଧି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୧୦୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୨୪ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୨୩ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୧୦ଜଣ, ଝାରସୁଗୁଡ଼ା ବ୍ଲକରୁ ୮ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୭ଜଣ, ଲଇକେରା ବ୍ଲକରୁ ୬ଜଣ, କୋଲାବିରା ବ୍ଲକରୁ ୧୦ଜଣ ଓ କିର୍ମିରା ବ୍ଲକରୁ ୧୨ଜଣ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୯୩କୁ ବୃଦ୍ଧି ପାଇଛି। ଅନ୍ୟପଟେ ୪,୯୯୩ ଜଣ ସୁସ୍ଥ ହୋଇଛନ୍ତି ଓ ୪୯୬ ଜଣଙ୍କ ଚିକିତ୍ସା ଜାରି ରହିଛି।