ବାମଣ୍ଡା କ୍ରିକେଟ୍ କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର

ଦେବଗଡ଼,ଏନ୍ଏନ୍ଏସ୍: ବାମଣ୍ଡା କ୍ରିକେଟ କ୍ଲବ୍ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସ୍ଥାନୀୟ ଟାଉନ୍ କ୍ଲବରେ ଆୟୋଜିତ ଏହି ଶିବିରକୁ କ୍ଲବ ସଭାପତି ତଥା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଶୁଭାରମ୍ଭ କରିଥିଲେ । କରୋନା କଟକଣା ଯୋଗୁଁ ଚଳିତବର୍ଷ “ବାମଣ୍ଡା କପ’ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ କ୍ଲବ ପକ୍ଷରୁ ସ୍ଥଗିତ ରଖାଯାଇଥିବା ବେଳେ ଆଜି ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏଥିରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ଅମିତ କୁମାର ମହାପାତ୍ରଙ୍କ ପରିଚାଳନା କରିଥିଲେ। ଏହି ରକ୍ତଦାନ ଶିବିରରେ କ୍ଲବର ଉପସଭାପତି ଅଶୋକ କୁମାର ନନ୍ଦ, ସତ୍ୟନାରାୟଣ ପାଣି, ସମ୍ପାଦକ ଇଂ ସୁଜିତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ମୋତିଲାଲ ଶର୍ମା, ବରିଷ୍ଠ ସଦସ୍ୟ ନବୀନ କୁମାର ପାଣିଙ୍କ ସମେତ ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।