ନୂଆବର୍ଷରୁ ଖୋଲିବ ସିନେମା ହଲ୍, ଜିରୋ ନାଇଟ୍ ସେଲିବ୍ରେସନ୍ ମନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାନୁଆରୀ ମାସର ଗାଇଡଲାଇନ୍ ଜାରି କଲେ ସରକାର। ଜାନୁଆରୀ ମାସରୁ ସିନେମା ହଲ ଖୋଲିବାକୁ ମିଳିଛି ଅନୁମତି। ହଲର ସିଟିଂ କାପାସିଟି ଅନୁସାରେ ଦର୍ଶକ ବସି ପାରିବେ। ଗୋଟିଏ ହଲରେ ପ୍ରାୟ ୨୦୦ ଲୋକ ବା ୫୦ ପ୍ରତିଶତ ଦର୍ଶନ ବସି ସିନେମା ଦେଖିପାରିବେ। ମଞ୍ଚ ନାଟକ ସହ ଯାତ୍ରା ପାର୍ଟିକୁ ଅନୁମତି ମିଳିଛି। ମନୋରଞ୍ଜନ, ପାର୍କ ଖୋଲିବାକୁ ସ୍ଥାନୀୟ ପ୍ରଶାସନର ଅନୁମତି ଆବଶ୍ୟକ। ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମିଳିଛି ଅନୁମତି। ଏହି କାର୍ଯ୍ୟକ୍ରମରେ ୨ ଶହ ଲୋକ ଏକତ୍ରିତ ହୋଇପାରିବେ। ବିବାହ କାର୍ଯ୍ୟରେ ୨୦୦ ଲୋକ ସାମିଲ ହୋଇପାରିବେ। ଶବ ସତ୍କାରରେ ୧୦୦ ଲୋକ ସାମିଲ ହୋଇପାରିବେ। ଏହାସହ ସ୍ୱିମିଂ ଫୁଲ ଖୋଲିବାକୁ ମଧ୍ୟ ଅନୁମିତି ମିଳିଛି। ଏହା ବ୍ୟତୀତ ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକଣା ଜାରି ହୋଇଛି। ଓଡିଶାର କୌଣସି ସାର୍ବଜନୀନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ପାଳନ କରି ପାରିବେ ନାହିଁ।