ନିଷ୍ଠା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, ଏନ୍ଏନ୍ଏସ୍: ରବିବାର ନିଷ୍ଠା ପରିବାର ତରଫରୁ ବରଗଡ଼ ସଦର ବ୍ଲକ ବିରମାଲରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ମୋଟ୍ ୩୧ ୟୁନିଟ୍ ସଂଗୃହୀତ ହୋଇଥିଲା। ନିଷ୍ଠାର ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଦାଶ, କୈଳାସ ଦାସ, କ୍ଷୀରୋଦ୍ର ସାହୁ, ଲବ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।