ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଜିଲ୍ଲା ଓରମାସ ଦ୍ୱାରା ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ଶିବିର ଅନୁଷ୍ଠିତ ହୋଇଯାଇଛି । ଓରମାସ ଜିଲ୍ଲା ସଂଯୋଜକ ମୁକେଶ ସିଂ ଯୋଗଦେଇ କିଭଳି ଭାବେ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ସେନେଇ ଟ୍ରେନିଂ ପ୍ରଦାନ କରିଥିଲେ । ଏଥିରେ ବିଏଲସି ସୁଧାଂଶୁ ବଚ୍ଛା, ବିଏଲସି ଦୁଲଣା ବାଗ ଓ ଡିଇଓ ରବି ରଞ୍ଜନ ସାହୁ ଉପସ୍ଥିତ ଥିଲେ ।