‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେବେ ଫାରୁକ ଅବଦ୍ଦୁଲା

ନୂଆଦିଲ୍ଲୀ: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଜମ୍ମୁ-କଶ୍ମୀର ପହଞ୍ଚିଲେ ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ଫାରୁକ ଅବଦ୍ଦୁଲା ସାମିଲ ହେବେ । ଏନେଇ ନିଜେ ଫାରୁକ ଅବଦ୍ଦୁଲା ସୂଚନା ଦେଇଛନ୍ତି । ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାର ସମୟ ଆସିଯାଇଛି ବୋଲି ଅବଦ୍ଦୁଲା କହିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡୋ ଯାତ୍ରା’ର ନେତୃତ୍ୱ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସଂସଦୀୟ ସମିତି ବୈଠକ ପାଇଁ ନୂଆଦିଲ୍ଲୀରେ ଥିବା ଫାରୁକ ଅବଦ୍ଦୁଲା ପିଟିଆଇ-ଭାଷାକୁ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଜବଲପୁର ପହଞ୍ଚିଲେ ମୁଁ ତାଙ୍କ ସହ ଚାଲିବି । ଜବଲପୁରରୁ ହିଁ ଜମ୍ମୁ-କଶ୍ମୀର ଆରମ୍ଭ ହୋଇଥାଏ । ଏବେ ଏକାଠି ରହିବାକୁ ସମୟ ଦାବି କରୁଛି ।