ବ୍ଲକସ୍ତରୀୟ ଶାରୀରିକ ଶିକ୍ଷା ସମ୍ମିଳନୀ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିଷକେଲା ପଞ୍ଚାୟତ ହାଇସ୍କୁରେ ଆଜି ବ୍ଲକସ୍ତରୀୟ ଶାରୀରିକ ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଇଁନ୍ତଲା ଏବିଇଓ ଆର୍ତ୍ତାତ୍ରାଣ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଷକେଲା ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ ବେହେରା, ବେଳଗାଁ ଖେଳ ଶିକ୍ଷକ ଶେଷଦେବ ବାରିକ ଓ ଶାରୀରିକ ଶିକ୍ଷା ବ୍ଲକ ସଂଯୋଜିକା ରଞ୍ଜିତା ମିଶ୍ର ପ୍ରମୁଖଙ୍କ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ବନିତା ବନଛୋର, ରୀନା ଠାକୁର, ଆରତୀ ବିଶ୍ୱାଳ, ସୁନୀଲ ମହାନନ୍ଦ, ଦିନମଣୀ ପୌଢ଼ ଓ ରାଜ ବିହାରୀ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବ୍ଲକ ଶାରୀରିକ ଶିକ୍ଷା ବ୍ଲକ ସଂଯୋଜିକା ରଞ୍ଜିତା ମିଶ୍ର ଧନ୍ୟବାଦ ଦେଇଥିଲେ ।