ସଇଁନ୍ତଲା,ଏନ୍ଏନ୍ଏସ୍: ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ଆଜି ପାଳନ କରାଯାଉଛି। ତେବେ ଏଭଳି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟରେ ବ୍ଲକ୍ ସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଜୟନ୍ତୀ ସଭାରେ ଗାନ୍ଧୀଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ମୁଖ୍ୟ ଅତିଥି, ଏବିଡ଼ିଓ ପ୍ରଦୀପ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଶିଷକେଲା ସମିତିସଭ୍ୟ ଉମାକାନ୍ତ ରଣା, ସାମ୍ବାଦିକ ଅଜିତ କୁମାର ସାହୁ, ରବିଚନ୍ଦ୍ର ସାହୁ, ଡୁଙ୍ଗୁରିପାଲି ସମିତିସଭ୍ୟ ଅବଧୂତ ସାହୁ ସମେତ ବ୍ଲକ୍ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜାତିର ଜନକ ମହାମାନବ ମହାତ୍ମାଗାନ୍ଧୀ। ଶିଶୁର କପଟହୀନ ପ୍ରେମ ପରି ସେ ପ୍ରେମ ଖୁବ ସରଲ ଓ ନିର୍ମଳ। ଗାନ୍ଧୀଙ୍କ ବିଚାର ଓ ବାର୍ତ୍ତା ଯୁଗଯୁଗ ଧରି ସମଗ୍ର ବିଶ୍ଵକୁ ଶାନ୍ତିର ସହ ସହାବସ୍ଥାନ ପାଇଁ ପ୍ରେରଣା ଯୋଗାଇବ ଓ ପ୍ରଭାବିତ କରିବ ବୋଲି ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ।