କୋର୍ଟ ନିର୍ଦ୍ଦେଶ ପରେ ଅନ୍ଧ ଭିକ୍ଷୁକଙ୍କୁ ମିଳିଲା ରାସନ କାର୍ଡ଼

ରାୟଗଡ଼ା, ଏନ୍ଏନ୍ଏସ୍: ଭିକ୍ଷାବୃତି କରି ଚଳୁଥିବା ଜଣେ ବୃଦ୍ଧ ଅନ୍ଧ ପରିବାରକୁ ଶେଷରେ ମିଳିଲା ରାସନ ଚାଉଳ । ସେପୁଣି ଅଦାଲତର ହସ୍ତକ୍ଷେପ ଫଳରେ । ଏଭଳି ଏକ ଘଟଣା ଘଟିଛି ଆଜି ରାୟଗଡ଼ା ସହରରେ । ଆଜି ସ୍ଥାନିୟ ସ୍ଥୟୀ ଲୋକ ଅଦାଲତଙ୍କ ନିର୍ଦ୍ଧେଶରେ ସଂପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ହଲ ଭିତରେ ଜଜ୍ ଉପସ୍ଥିତିରେ ଏମାସର ରାସନ ଚାଉଳ ସହିତ ରାସନ କାର୍ଡ଼ ପ୍ରଦାନ କରିଛି ଯୋଗାଣ ବିଭାଗ । ରାୟଗଡ଼ା ସହର ମଙ୍ଗଳା ମନ୍ଦିର ନିକଟରେ ରହନ୍ତି ୭୦ ବର୍ଷୀୟ ବୃଦ୍ଧ ଜାନୁ ଟାକିରି । ତାଙ୍କର ଆଧାର କାର୍ଡ଼ ନଥିବା ଯୋଗଁ ଗତ କିଛିମାସଧରି ଯୋଗାଣ ବିଭାଗ ପିଡ଼ିଏସ ଚାଉଳ ବନ୍ଦ କରି ଦେଇଥିଲେ ।

ସେ ଅତ୍ୟନ୍ତ ଗରିବ ଥିବାବେଳେ ଭିକ୍ଷାବୃତି କରି ଚଳୁଛନ୍ତି । ତେବେ ସେ ମଙ୍ଗଳା ମନ୍ଦିର ନିକଟରେ ଭିକ୍ଷାବୃତି କରୁଥିବା ସମୟରେ ଆଇନଜିବି ଲାବାଣ୍ୟ ମୋହନ ପଟ୍ଟନାୟକଙ୍କ ସଂସ୍ପର୍ଷରେ ଆସିଥିଲେ । ଏନେଇ ସପୃକ୍ତ ଭିକ୍ଷୁକଙ୍କ ମାମଲା ଆଇନଜିବି ଲାବାଣ୍ୟ ମୋହନ ପଟ୍ଟନାୟକ ସ୍ଥାନିୟ ସ୍ଥୟୀ ଲୋକ ଅଦାଲତରେ ପିଟିସନ ଦାଖଲ କରିଥିଲେ ।

ମାନ୍ୟବର ଅଦାଲତ ଏହି ପିଟିସନର ସୁଣାଣୀ କରି ସମ୍ପୃକ୍ତ ବୃଦ୍ଧ ଜାନୁ ଟାକିରିଙ୍କୁ ତୁରନ୍ତ ମାସିକ ଚାଉଳ ଯୋଗାଇବା ସହ ସ୍ଥାୟୀ ରାସନ କାର୍ଡ଼ ଯୋଗାଈଦେବାପାଇଁ ନିଦେ୍ଧଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଧେଶ ମୁତାବକ ଆଜି ଯୋଗାଣ ବିଭାଗ ସ୍ଥୟୀ ଲୋକ ଅଦାଲତ ଜର୍ଜ ହୃଷିକେଶ ବ୍ରହ୍ମାଙ୍କ ଉପସ୍ଥିତିରେ ଜାନୁ ଟାକ୍ରୀଙ୍କୁ ୩୦ କିଲୋ ଚାଉଳ ସହ ରାସନ କାର୍ଡ଼ ପ୍ରଦାନ କରାଯାଇଛି ।