ସାଇବର କ୍ରାଇମ ! ମନ୍ତ୍ରୀ ଓ ଅଭିନେତ୍ରୀଙ୍କ ନମ୍ବରରୁ ଆସିଲା ମିଛ କଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସାଇବର କ୍ରାଇମ ପୁଣି ଚିନ୍ତାରେ ପକାଇଛି। ଇଣ୍ଟରନେଟ୍ ହ୍ୟାକରଙ୍କ ସ୍କାନରରେ ଅଛନ୍ତି ସାଧାରଣ ଲୋକେ। କେତେବେଳେ ଇ-ମେଲ ତ କେତେବେଳେ ମିଛ କଲ୍ ଜରିଆରେ ଡାଟା ହ୍ୟାକ୍ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ସାବଧାନ! ଆପଣ ମଧ୍ୟ ଏହି ସାଇବର ଠକେଇର କେତେବେଳେ ଶିକାର ହୋଇପାରନ୍ତି। ଏପରି ହେଲେ ଆପଣଙ୍କ ଫୋନରୁ କଣ୍ଟାକ୍ଟ ନମ୍ବର, ମେସେଜ୍, ଆପ୍ଲିକେଶନ୍, ଡକ୍ୟୁମେଣ୍ଟ୍, ଫଟୋ, ଭିଡିଓ ଚୋରି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହୁରାଙ୍କ ନମ୍ବରରୁ ଜଣେ ବ୍ୟକ୍ତି ନିକଟକୁ କଲ ଯାଇଥିଲା। ସେ ଫୋନ୍ ରିସିଭ କରିବା ପରେ କଲ୍ କଟିଯାଇଥିଲା। ପରେ ସେ କଲ୍ ବ୍ୟାକ୍ କରିବା ପରେ ଡାଟା ଚୋରି ଙୋଇଥିବା ଅଭିଯୋଥିବା ହୋଇଛି। ତେବେ ଏପରି କଲ୍ କରିନାହାଁନ୍ତି ବୋଲି ଖୋଦ୍ ମନ୍ତ୍ରୀ ଏକଥା କହିଛନ୍ତି।

ସେହିପରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନମ୍ବରରୁ ମିଛ କଲ ଆସିଥିବା ଅଭିଯୋଗ ହୋଇଥିଲେବି ବର୍ଷା ଏହାକୁ ଅସ୍ୱୀକାର କରିଛନ୍ତି। ଏହାସହ ଇ-ମେଲକୁ ହ୍ୟାକ୍ କରାଯାଇଥିବା ଜଣାଯାଇଛି। ତେବେ ସାଇବର ଦୁନିଆରେ ହ୍ୟାକରମାନେ ଏପରି ଅପରାଧର ଖେଳ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି।