ପିପିଟିର ପାରାଦୀପ୍ ସାକ୍ଷରତା ସମିତି ଦ୍ୱାରା କମ୍ବଳ ବଣ୍ଟନ୍

ପାରାଦୀପ୍‌,ଏନ୍‌ଏନ୍‌ଏସ୍‌: ଗରିବ ତଥା ନିରାଶ୍ରୟ ମଣିଷମାନଙ୍କ ସେବା ଯତ୍ନ ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟ୍ (ପିପିଟି) ସଦା ତତ୍ପରତା ପ୍ରକାଶ କରିଆସିଛି। ନିକଟରେ ସାମୁଦ୍ରିକ ବାତ୍ୟା ଜୱାଦ୍ ଓ ଆଗାମୀ ଶୀତ ଋତୁ ପରିପ୍ରେକ୍ଷୀରେ ପିପିଟିର ସାମାଜିକ କଲ୍ୟାଣକାରୀ ସଂସ୍ଥା ପାରାଦୀପ୍ ସାକ୍ଷରତା ସମିତି ଦ୍ୱାରା ପାରାଦୀପ ବସ୍ତ ଅଞ୍ଚଳରେ କମ୍ବଳ, ସାନିଟାରୀ ସାମଗ୍ରୀ ଓ କଟନ୍ ବ୍ୟାଗ୍ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ପାରାଦୀପ ମହିଳା କ୍ଲବ୍‌ର ସଭାପତି ପି ଗିରିଜା ସୁନ୍ଦରୀ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିପିଟିର ଜନମଙ୍ଗଳ ଅଧିକାରୀ ରାମଚନ୍ଦ୍ର ପ୍ରଧାନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।