ସ୍ୱିସ୍ ବ୍ୟାଙ୍କରେ କଳାଟଙ୍କା: ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ମିଳିଲା ତାଲିକା

ନୂଆଦିଲ୍ଲୀ,ଏଜେନ୍ସି: ସ୍ୱିସ୍ ବ୍ୟାଙ୍କରେ ଜମାଥିବା ଭାରତୀୟ କଳାଟଙ୍କାର ଦ୍ୱିତୀୟ ତାଲିକା ହାସଲ କରିଛି ଭାରତ । ଦ୍ୱିତୀୟ ତାଲିକାରେ ପ୍ରାୟ ୩୧ ଲକ୍ଷ ଆକାଉଣ୍ଟ ସୂଚନା ରହିଛି । ସ୍ୱିଜରଲ୍ୟାଣ୍ଡ ସହିତ ସ୍ୱୟଂଚାଳିତ ବିନିମୟ ସୂଚନା ଚୁକ୍ତି ଅନୁସାରେ ଏହି ତଥ୍ୟ ଭାରତକୁ ମିଳିଛି । କେନ୍ଦ୍ର ସରକାରଙ୍କ କଳାଟଙ୍କା ବିରୋଧରେ ଆରମ୍ଭ ଅଭିଯାନରେ ଏହା ଏକ ବଡ ସଫଳତା ବୋଲି ବିବେଚନା କରାଯାଉଛି । ସ୍ୱିଜରଲାଣ୍ଡର ଫେଡେରାଲ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ (ଏଫଟିଏ) ଭାରତ ସମେତ ୮୬ ଦେଶ ସହ ଏ ସମ୍ପର୍କରେ ବୁଝାମଣା କରିଛି । ସେପ୍ଟେମ୍ବର ୨୦୧୯ରେ ଭାରତକୁ ପ୍ରଥମ କଳାଟଙ୍କା ତାଲିକା ମିଳିଥିଲା । ତାଲିକାରେ ନିର୍ଦ୍ଦିଷ୍ଟ ଭାବରେ ଭାରତୀୟ ଜମାକାରୀଙ୍କ ସୂଚନା ଦିଆଯାଇନାହିଁ । ୩୧ ଲକ୍ଷ ଆକାଉଣ୍ଟ ମଧ୍ୟରୁ ଭାରତ ସରକାରଙ୍କୁ ଭାରତୀୟ ଜମାକାରୀଙ୍କ ତଥ୍ୟ ଖୋଜିବାକୁ ପଡିବ । ମୋଟ ଉପରେ କହିଲେ, ସ୍ୱିସ୍ ବ୍ୟାଙ୍କରେ ଜମାଥିବା ଭାରତୀୟ କଳାଟଙ୍କାର ପରିମାଣ ଭାରତ ସରକାରଙ୍କୁ ମାଲୁମ ନାହିଁ ।