ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବିଜେପି ତରଫରୁ ପାଟଣାଗଡ଼ ବ୍ଲକର ପଣ୍ଡାମୁଣ୍ଡା ଓ କେରବେଡ଼ା ଗ୍ରାମପଞ୍ଚାୟତର ଆମ୍ବତୋଟାଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପଣ୍ଡାମୁଣ୍ଡା ମଣ୍ଡଳ ସଭାପତି ଚତୁର୍ମୁଖ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ବିଜେପି ନେତା କନକବର୍ଦ୍ଧନ ସିଂଦେଓ ଓ ସମ୍ମାନିତ ଅତିଥିଭାବେ ଭକ୍ତବନ୍ଧୁ ନାୟକ ଉପସ୍ଥିତ ଥିଲେ। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଉପସ୍ଥିତ କର୍ମୀଙ୍କୁ ଅବଗତ କରାଇବା ସହ ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନବୋଧ ବରିହା, ପ୍ରେମାନନ୍ଦ ବାଗ, କେରବେଡ଼ା ସମିତି ସଭ୍ୟା ଶ୍ରୀମତି ବରିହା ଓ ସୁବାସ ବିଶ୍ୱାଳଙ୍କ ସହ ବହୁ ବିଜେପି ନେତା ଯୋଗ ଦେଇଥିଲେ।