ବିଦେଶରୁ ଫେରିଲେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ

ନୂଆଦିଲ୍ଲୀ: କରୋନା ଓ ଓମିକ୍ରୋନ୍ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟ୍ରାଭେଲ ଗାଇଡଲାଇନ ଜାରି କରିଛନ୍ତି। ଫଳରେ ବିଦେଶରୁ ଭାରତ ଫେରିଲେ ଏବେ ବାଧ୍ୟତାମୂଳକ ଭାବେ ୭ ଦିନ ପାଇଁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ହୋମ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ। ରିସ୍କ ଦେଶରୁ ଫେରିଲେ ଏୟାରପୋର୍ଟରେ ହିଁ କରୋନା ଟେଷ୍ଟ ପାଇଁ ନମୁନା ଦେବାକୁ ପଡ଼ିବ। ରିପୋର୍ଟ ନେଗେଟିଭ ଆସିଲେ ହିଁ ଏୟାରପୋର୍ଟ ପରିସର ଛାଡ଼ି ହେବ। ଏହି ନୂଆ ଗାଇଡଲାଇନ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଲାଗୁ ହେବ ବୋଲି ଜଣାପଡ଼ିଛି।