ଆଫଗାନିସ୍ତାନକୁ ୨ ଟନ୍ ଔଷଧ ପଠାଇଲା ଭାରତ

ନୂଆଦିଲ୍ଲୀ: କରୋନା କାଳରେ ଭାରତ ସରକାର ନିଜ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହ ଅନ୍ୟ ଦେଶକୁ ମଧ୍ୟ ସହାୟତା ପ୍ରଦାନ କରୁଛି। ଭାରତ ଆଜି ୨ ଟନ୍ ଜରୁରୀ ଜୀବନ ରକ୍ଷକ ଔଷଧର ତୃତୀୟ ବ୍ୟାଚ୍ ଆଫଗାନସ୍ତାନକୁ ଯୋଗାଇଛି। ଭାରତ ତରଫରୁ ପ୍ରଦାନ କରାଯାଇଥିବା ଏହି ସହାୟତାକୁ ଇନ୍ଦିରା ଗାନ୍ଧୀ ହସ୍ପିଟାଲ କାବୁଲକୁ ହସ୍ତାନ୍ତର କରାଯାଇଛି। ଏନେଇ ବିଦେଶ ମନ୍ତ୍ରଣାଳୟ ବୟାନ ଜାରି କରିଛି।

ସୂଚନାଯୋଗ୍ୟ, ଭାରତ ଏହାପୂର୍ବରୁ ଆଫଗାନିସ୍ତାନକୁ କୋଭାକ୍ସିନ ଭ୍ୟାକ୍ସିନର ୫ଲକ୍ଷ ଡୋଜ୍ ପ୍ରଦାନ କରିଥିଲା। ଏନେଇ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।